ଏକାଭିମୁଖୀକରଣ ମାଧ୍ୟମରେ ସହାୟତା

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ

  • ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ଜୀବିକା ସମ୍ପଦ ସୃଷ୍ଟି  
  • ଫଳ ଗଛ ଏବଂ ଅନ୍ୟାନ୍ୟ ବୃକ୍ଷ ରୋପଣ
  • ମୃତ୍ତିକା ସଂରକ୍ଷଣ ଏବଂ ଜମି ଉନ୍ନତିକରଣ
  • ଆର୍ଦ୍ରତା ସଂରକ୍ଷଣ ଏବଂ ଜଳସେଚନ ଉତ୍ସ ସୃଷ୍ଟି
  • ପଶୁପକ୍ଷୀ ପାଳନ ପାଇଁ ଆଶ୍ରୟସ୍ଥଳ ବା ଗୁହାଳ ନିର୍ମାଣ

କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ

  • କୃଷି ଓ ଉଦ୍ୟାନ କୃଷିରେ ଉନ୍ନତି
  • ବିହନ ଏବଂ ଅନ୍ୟାନ୍ୟ କୃଷି ସାମଗ୍ରୀରେ ରିହାତି
  • ଆଧୁନିକ କୃଷି ଉପକରଣ
  • ଅମଳ ପରବର୍ତ୍ତୀ ଯତ୍ନ
  • ଜଳସେଚନ ଭିତ୍ତିଭୂମି ସୃଷ୍ଟି
  • ଓ.ଏ.ଆଇ.ସି. (OAIC) ମାଧ୍ୟମରେ ଜଳସେଚନ ର ସୁବିଧା
  • ପମ୍ପ-ସେଟ୍ ଏବଂ ଅନ୍ୟାନ୍ୟ କୃଷି ଉପକରଣର ଯୋଗାଣ

ଜଳ ସମ୍ପଦ ବିଭାଗ

  • ଜଳସେଚନ ଭିତ୍ତିଭୂମି ସୃଷ୍ଟି
  • ଓ.ଏଲ.ଆଇ.ସି. (OLIC)ମାଧ୍ୟମରେ ଗୋଷ୍ଠୀ ତଥା ନିଜସ୍ବ ଉଠା ଜଳସେଚନ ପ୍ରକଳ୍ପ

ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ

  • ମତ୍ସ୍ୟଚାଷ ପାଇଁ ପ୍ରୋତ୍ସାହନ ଓ  ସମର୍ଥନ
  • ପଶୁପକ୍ଷୀ ପାଳନ ପାଇଁ ପ୍ରୋତ୍ସାହନ ଓ ସମର୍ଥନ

ମିଶନ୍ ଶକ୍ତି ବିଭାଗ

  • ସ୍ଥାୟୀ ଜୀବିକା ପାଇଁ ମହିଳା ଏସ୍.ଏଚ.ଜି (SHG) ମାନଙ୍କୁ ସହାୟତା